ନାମାଙ୍କନ ଭରିଲେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା
ନାମାଙ୍କନ ଭରିଲେ ବୈଜୟନ୍ତ । ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ପ୍ରଥମେ ସେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ତିନି ମୁହାଣିରୁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା ଲ' କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସ୍ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ତା'ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।
ଶ୍ରୀ ପଣ୍ଡା କହିଛନ୍ତି, ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୋଦିଙ୍କ ନେତୃତ୍ୱ ପାଇଁ ଲୋକମାନଙ୍କ ମନରେ ଏହି ଉତ୍ସାହ ଦେଖିବାକୁ ମିଳୁଛି। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ରହିଛି। ଆଗାମୀ ୫ବର୍ଷ ମଧ୍ୟରେ ବିକାଶ ଦୁଇ ଗୁଣା ହେବ। ଦୁଇ ଥର ପଦ୍ମ ଓ ଦୁଇ ଗୁ଼ଣା ବିକାଶ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି। ତାହାର ଫଳାଫଳ ଦେଖିବାକୁ ମିଳୁଛି। ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲି ଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା।












Click it and Unblock the Notifications