ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ
ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଛି। ଆକ୍ରମଣ ନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

ପୂର୍ବରୁ ଗଂଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା ।
ବିଜେପି ପତାକା ଲାଗିଥିବା କାର୍ ଯାଉଥିବା ଦେଖି, ସୁବାସ ଓ ତାଙ୍କ ୫ ସାଥୀଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରିଥିଲେ । ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଇଥିଲେ । ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା ।












Click it and Unblock the Notifications