ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ; ପ୍ରତାପ ଷଡ଼ଙ୍ଗୀଙ୍କୁ ପେଲା ଠେଲା ପାଇଁ ପ୍ରତିବାଦ
ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ । ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ପେଲା ଠେଲା ପାଇଁ ପ୍ରତିବାଦ। ବିରୋଧୀଦଳ ନେତା ରାହୁଲ ଗାନ୍ଧି ଠେଲି ଦେଇଥିବା ଅଭିଯୋଗ । ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ପୋଡ଼ିଲେ ବିଜେପି କର୍ମୀ ।
ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ ଖଣ୍ଡଯୁଦ୍ଧ ଦେଖାଦେଇଛି । ଗୁରୁବାର ସଂସଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଭାଜପା ଏବଂ ବିରୋଧୀ ଏମପିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଯେଉଁଥିରେ ଦୁଇ ଶାସକ ଦଳର ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି । ଉଭୟଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଏମପିଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦିଆଯାଇଛି ।
ଏନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ଏମପିଙ୍କୁ ଠେଲିଦେଲେ । ଯିଏ ମୋ ଉପରେ ପଡ଼ିଗଲେ। ଏବଂ ମୁଁ ତଳେ ପଡ଼ିଗଲି । ସେତେବେଳେ ମୁଁ ସିଡ଼ି ନିକଟରେ ଛିଡା ହୋଇଥିଲି । ଅନ୍ୟପଟେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଭିତରକୁ ଯାଉଥିବାବେଳେ ଭାଜପା ଏମପିମାନେ ମୋତେ ଧମକ ଦେଉଥିଲେ । ସେ ମୋତେ ଠେଲିଦେଲେ ।

ତେବେ ଭାଜପାର ଦୁଇ ଏମପି ଭର୍ତ୍ତି ହୋଇଥିବା ଆରଏମଏଲ ହସ୍ପିଟାଲର ଡ ଅଜୟ ଶୁକଲା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଉଭୟ ଏମପି (ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ) କୁ ସ୍ଥିର କରିବାକୁ ଚେଷ୍ଟା କରୁଛୁ । ସେମାନଙ୍କର ବିଭିନ୍ନ ଟେଷ୍ଟ କରାଯାଉଛି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତାପଙ୍କ ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହେଉଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେଥିପାଇଁ ଆଘାତ ସ୍ଥାନରେ ଷ୍ଟିଜ କରିବାକୁ ପଡିଛି । ମୁକେଶ ରାଜପୁତ ଚେତାଶୂନ୍ୟ ହୋଇଯାଇଛନ୍ତି । ତାଙ୍କର ରକ୍ତଚାପ ବଢି ଯାଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications