ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ଜେପି ନଡ୍ଡା
ଆଜି ବିଜେପି କାର୍ଯ୍ୟକାରୀ ବୈଠକ ଆରମ୍ଭ ହୋଇଛି । ଏଥିରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୁରୀରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡା ଯୋଗ ଦେବେ ବୋଲି ଜଣାପଡିଛି।

ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ବସିଥିଲା।
ବୈଠକରେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି।












Click it and Unblock the Notifications