ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ବାଜିମାତ୍
କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାଧ୍ୟକ୍ଷା ପାଇଁ ବୁଧବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପନିର୍ବାଚନ ବ୍ଲକସଭା ଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ବ୍ଲକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଏକ ମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥତ୍ପତ୍ର ଦାଖଲ କରି ଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପାଟଣା ବ୍ଲକର ୨୦ଟି ପଞ୍ଚାୟତ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଆଜି ୧୪ଜଣ ବୀଣାପାଣିଙ୍କ ସପକ୍ଷରେ ରହି ଉପସ୍ଥିତ ଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ସମର୍ଥିତ ୬ ଜଣ ସମିତି ସଭ୍ୟ ଅନୁପସ୍ଥିତ ଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ବୀଣାପାଣି ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ନିର୍ଦ୍ଧାରିତ ସମୟରେ ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ବୀଣାପାଣିଙ୍କୁ ଅଧ୍ୟକ୍ଷା ଭାବେ ବିଜୟୀ ଘୋଷଣା କରିଥିଲେ।

ଏହି ଉପନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡିଓ ରଣଜିତ ମହାନ୍ତ ପରିଚାଳନା କରିଥିବାବେଳେ ଜିପିଡିଓ ରଶ୍ମିରେଖା ମହାନ୍ତି, ସେକ୍ସନ ଅଫିସର ପ୍ରଭାତ କୁମାର ନାଥ,ଚନ୍ଦ୍ର ଶେଖର ମାନସିଂ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ। ବୀଣାପାଣି ନାଏକ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ଭାଜପାରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବୀଣାପାଣି ନାୟକଙ୍କ ଉପସ୍ଥିତି ଓ ଭାଜପା ଦଳୀୟ କର୍ମୀ ତାଙ୍କୁ ଉତ୍ତୋରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଆଗକୁ ପାଟଣା ବ୍ଲକ ଅଞ୍ଚଳର ବିକାଶ ଲୋକଙ୍କ ସମସ୍ୟା ଦୂର କରିବାକୁ ଗୁରୁତ୍ୱ ଦେବେ ବୋଲି ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।












Click it and Unblock the Notifications