ରାଜ୍ୟରେ ୨୧ ରୁ ୨୧ ଲୋକସଭା ଆସନ ଜିତିବ ବିଜେପି ; ଧର୍ମେନ୍ଦ୍ର
ରାଜ୍ୟରେ ଲୋକସଭା ଆସନ ପୋଛି ନେବ ଭାରତୀୟ ଜନତା ପାର୍ଟି। ମୋଦୀଙ୍କ ଗ୍ୟାରେଣ୍ଟିକୁ ଓଡ଼ିଶାର ଜନସାଧାରଣ ଜାଣି ଲେଣି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି କରିଛନ୍ତି , ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି ।

ଓଡ଼ିଶାରେ ମୋଦୀଙ୍କ ଉପରେ ରାଜ୍ୟବାସୀଙ୍କ ଅସ୍ତା ବଢ଼ିଛି । କାରଣ ମୋଦୀଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି ଓଡ଼ିଶା । ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା । କିନ୍ତୁ ମୋଦିଙ୍କ ୧୦ ବର୍ଷ ଶାସନ କାଳରେ ୧୮ ଲକ୍ଷରୁ ଅଧିକ କୋଟି ଟଙ୍କା ଓଡ଼ିଶାର ଉନ୍ନତି ପାଇଁ ମୋଦୀ ସରକାର ପଠାଇଛନ୍ତି । ଆଉ ପ୍ରତିଦ୍ୱନ୍ଦ୍ୱୀମାନେ ଏହାକୁ ନେଇ ସନ୍ଦେହ କରୁଛନ୍ତି ।
ମୋଦୀ ସରକାରଙ୍କ ଏତେ ଆର୍ଥିକ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ମବାଚୀ କାହିଁକି ଉଠିଛି? ବିଜେପି ଏକ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ଭାବେ ଏହି ଅପଚେଷ୍ଟାକୁ ପଣ୍ଡ କରିବ । ଆଉ ତା'ର ସୂତ୍ରଧର ପାଲଟିବେ ପ୍ରତିଟି ଓଡ଼ିଆ, ଓଡ଼ିଶାବାସୀ ଏଥର ପରିବର୍ତ୍ତନ ପାଇଁ ସ୍ଥିର କରିସାରିଛନ୍ତି । ବିକାଶର ବିଭିନ୍ନ ମାନକରେ ଓଡ଼ିଶା ତଳ ଆଡକୁ ରହୁଛି, ଯାହା ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି ।
ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ଦୀର୍ଘ ୨୪ ବର୍ଷ ଧରି ସେହି ଜିଲ୍ଲା ଦାଦନର ପେଣ୍ଠ ପାଲଟିଛି, ଆଉ ଏଥର ଯେଉଁ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାହା ଦାଦନର ଦ୍ୱିତୀୟ ପେଣ୍ଠସ୍ଥଳ ବୋଲି ସିଧା ନିଶାନା କରିଛନ୍ତି ଧର୍ମେନ୍ଦ୍ର ।












Click it and Unblock the Notifications