ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି
ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।

ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ତେବେ ଦିଲୀପଙ୍କୁ ସମର୍ଥନ କରିବା ନେଇ ଭାଜପା ଘୋଷଣା କରିଛି। ଭାଜପା ପାର୍ଟି ଅଫିସରେ ସାମ୍ୱାଦିକ ସମ୍ମିଳନୀ କରି ମନମୋହନ ସାମଲ କହିଛନ୍ତି, ଦିଲୀପଙ୍କୁ ଭାଜପା ଓଡ଼ିଶା ପ୍ରଦେଶ ପକ୍ଷରୁ ଆମେ ତାଙ୍କୁ ସମର୍ଥନ କରିବୁ। ଦଳ ନୀତିଗତ ଭାବେ ଦିଲୀପ ରାୟଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି । ଦିଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି ସାମଲ କହିଛନ୍ତି।
ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି। ମୁଁ ୫ ତାରିଖ ଦିନ ସ୍ୱାଧୀନ ଭାବେ ନୋମିନସନ୍ ଫାଇଲ୍ କରିବି। ଆଗରୁ କାହା ସହ କିଛି କଥା ହୋଇନ ଥିଲି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କଥା ହୋଇଛି । ଏପରିକି ଅମିତ ଶାହଙ୍କ ସହ ମଧ୍ୟ କଥା ହୋଇଛି । କଣ ହେବ କଣ ନାହିଁ ଏବେ କିଛି କହି ପାରିବିନି, ଦୁଇ ୪ ଦିନ ସମୟ ଦେଲେ ସବୁ କହିବି । ମୁଁ ହଠାତ୍ ନିଷ୍ପତ୍ତି ନେଲି ଛିଡ଼ା ହେବା ପାଇଁ । ଦେଶ ସେବା କରିବା ପାଇଁ ଟିକେ ଇଚ୍ଛା ହେଲା, ସେଥି ପାଇଁ ଛିଡ଼ା ହେବା ପାଇଁ ନିଷ୍ପତ୍ତି ନେଲି। ହଁ ମୁଁ ନବୀନ ବାବୁଙ୍କୁ ଭେଟିବି । ତାଙ୍କୁ ବି ସହଯୋଗ ମାଗିବି । ସବୁ ଦଳ ସହ ଯୋଗାଯୋଗ କରିବି ମତେ ସାହାଯ୍ୟ କରିବା ପାଇଁ । ସମ୍ପର୍କ ସମସ୍ତଙ୍କ ସହ ଅଛି, ସମସ୍ତଙ୍କୁ ଭୋଟ୍ ଭିକ୍ଷା କରିବି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications