ଅଗଷ୍ଟ ୯ ରୁ ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ଓ ଧନ୍ୟବାଦ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେପି
ବିଜେପି ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଚାଷୀ ସମାବେଶ କରି 'ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ' କାର୍ଯ୍ୟକ୍ରମ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଯିବ।

ଆସନ୍ତା ଅଗଷ୍ଟ ୯ 'କ୍ରାନ୍ତି ଦିବସରେ' ଭୁବନେଶ୍ୱରଠାରେ ଓଡ଼ିଶାର ୨ ଶହ ଚାଷୀନେତାଙ୍କୁ ନେଇ ଦଳ 'ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ' କରିବ। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ ଓ ଜିଲା ସଭାପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୨୦୨୪ ନିର୍ବାଚନରେ ଭାଜପା ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିବାର ମାସେ ମଧ୍ୟରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା କରିବା ସହ ରାଜ୍ୟର ୫୮ଟି ସବ୍ ଡିଭିଜନ୍ରେ ଶୀତଳଭଣ୍ଡାର ନିର୍ମାଣ କରିବା, ସହରାଞ୍ଚଳ ଚାଷୀଙ୍କୁ ପିଏମ୍ କିଷାନ ନିଧି ଯୋଜନାରେ ସାମିଲ କରିବା ସହ ରାଜ୍ୟର ୬ ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କରିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ଦ୍ୱାରା ଜଳସେଚିତ କରାଯିବା ନିଷ୍ପତ୍ତିକୁ ବୈଠକରେ ସ୍ବାଗତ କରାଯାଇଛି।
ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃଷକ ମୋର୍ଚ୍ଚା ଧନ୍ୟବାଦ ଜଣାଇଛି। ବୈଠକରେ ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ହଳପାଣି ମାଝୀ,ପୁଲିନ୍ ପ୍ରକାଶ ପୁହାଣ, ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସମ୍ପାଦକ ସର୍ବଶ୍ରୀ ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ପରାଉ ହେମ୍ବ୍ରମ, ବିକ୍ରମ କେଶରୀ ରାଉତରାୟ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା କେନ୍ଦ୍ର ସରକାରଙ୍କ ଆଇଆର୍ସି ମହିଳା ନିର୍ଦ୍ଦେଶିକା ମନୀଷା ଚିନ୍ମୟୀ ବେହେରା, ରାଜ୍ୟ ସଂଯୋଜିକା ଜୟଲକ୍ଷ୍ମୀ ମହାନ୍ତି, ରାଜ୍ୟ ସଂଯୋଜକ ମଧୁସୂଦନ ଶର୍ମା, ଅବନେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।












Click it and Unblock the Notifications