ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ କହିଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ ।

ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ । ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି ।

ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ । ଆଉ ନବୀନ ବାବୁ ଏପରି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ । ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ । ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲ୍ଲାରୁ ଆଣିଲେ ।

ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ' କଂଗ୍ରେସ, ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି ।
ଏଥର ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ କହିଲେ ମୁଖ୍ୟମନ୍ତ୍ରୀ ।

CM mohan majhi

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଦୌଡ଼ରେ ଥିବା ସ୍ଥାନୀୟ ନେତାମାନଙ୍କୁ ପଛରେ ପକାଇ ବରଗଡ଼ ଜିଲ୍ଲାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କରିଛି । ବୁଧବାର ସଂଧ୍ୟାରେ ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି । ବିଜେଡିର ଏହି ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି ୨୯ ହଜାର ଭୋଟରେ ହାରିଯାଇଥିଲେ । ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି । କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କେଉଁ ପରିସ୍ଥିତିରେ ଦଳ ଏପରି ନିଷ୍ପତ୍ତି ନେଲା, ତାହା ବେଶ୍‌ ରହସ୍ୟଜନକ ହୋଇପଡ଼ିଛି । ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଏହାର ଟେର୍ ପାଉ ନାହାନ୍ତି । ନବୀନ ଦିଲ୍ଲୀରୁ ଫେରିଲା ପରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକାଧିକ ବୈଠକ ହୋଇଛି । ପ୍ରାର୍ଥୀ ଚୟନ ପାଇଁ ହୋଇଥିବା କୋର୍‌ କମିଟିର ସଦସ୍ୟମାନେ ନୂଆପଡ଼ା ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ଫେରିଥିଲେ । ସେମାନେ ମଧ୍ୟ ସଭାପତିଙ୍କୁ ରିପୋର୍ଟ ଦେଇଥିଲେ । କିନ୍ତୁ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କେହି ମତ ଦେଇ ନଥିବା ଜଣାପଡ଼ିଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଲା ପରେ ନୂଆପଡ଼ାର ଆଗଧାଡ଼ିର କିଛି ବିଜେଡି ନେତା ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଥିଲେ ।

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର କସରତ । ଦଳ ପକ୍ଷରୁ ଘୋଷଣା ହେଲା ନିର୍ବାଚନ ପରିଚାଳନା କମିଟି ଓ ନିର୍ବାଚନ ତଦାରଖ କମିଟି । ନିର୍ବାଚନ ପରିଚାଳନା କମିଟିରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ସିଦ୍ଧାର୍ଥ ସ୍ବରୂପ ଦାସ, ବିଧାୟକ ଅଶୋକ ଦାସ, ସାଗର ଚରଣ ଦାସ, କାଡ୍ରାକା ଆପାଲ୍ଲାସ୍ବାମୀ, ସତ୍ୟଜିତ୍ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ଓ ନୀଳମାଧବ ହିକ୍‌କାଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ନିର୍ବାଚନ ତଦାରଖ କମିଟିରେ ମଧ୍ୟ ଅନେକ ନେତାଙ୍କୁ ସ୍ଥାନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+