ନୂଆ ବର୍ଷରେ ବିଜେପିକୁ ମିଳିବ ନୂଆ ମୁଖିଆ ; ପ୍ରତାପ ଷଡ଼ଙ୍ଗୀ
ନୂଆ ବର୍ଷକୁ ବିଜେପି ପାଇବ ନୂଆ ମଙ୍ଗୁଆଳ। ଆସନ୍ତା ୨୬ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା | ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ଯ୍ୟନ୍ତ ଚାଲିବ।

ନିର୍ବାଚନ ଅଧିକାରୀ, ତିନି ନିର୍ବାଚନ ସହ ଅଧିକାରୀ, ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ରହିବେ।ଏଭଳି କର୍ମଶାଳା ଜିଲ୍ଲା ସ୍ତରରେ ମଧ୍ୟ କର୍ମଶାଳା ରହିବେ, ସେଥିରେ ମଧ୍ୟ ସମ୍ପୃକ୍ତ ଜିଲ୍ଲା ସଂଗଠନର କାର୍ଯ୍ୟକର୍ତ୍ତା, ସେହି ଅଂଚଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ବୁଥ, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ଭିତ୍ତିରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ। ରାଜ୍ୟ ନିର୍ବାଚନ ଅଧିକାରୀ ଆଗାମୀ ଦୁଇ ଦିନ ଭିତରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବେ।












Click it and Unblock the Notifications