ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି, ଆଗରେ ଅଛି ଏହି ସବୁ ନାଁ
ଆଜି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ରାଜ୍ୟସଭା ରେସରେ ଆଗରେ ଅଛନ୍ତି ସୁଜିତ କୁମାର। ସେପଟେ ରେସରେ ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି, ଏଭଳି ଚର୍ଚ୍ଚାର କୌଣସି ମୂଲ୍ୟ ନାହିଁ। ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଡିସେମ୍ବର ୧୦ ତାରିଖରେ ଉପ ନିର୍ବାଚନ ହେବ।

ଆଗରୁ ନିର୍ବାଚନ କମିସନ ଏହାର ଘୋଷଣା କରିଥିଲେ। ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ଯାହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ ପଦ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଡିସେମ୍ବର ୧୩ ତାରିଖ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।












Click it and Unblock the Notifications