ସ୍ଥଗିତ ହେଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ, ଜାଣନ୍ତୁ କାରଣ ?

ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁରୀରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ମର୍ମାହତ । ତେଣୁ ରାଜ୍ୟ ବିଜେପି ନିର୍ବାଚନ ସ୍ଥଗିତ ରଖୁଛୁ । 'ଏହାସହ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉଛି।

BJP state president election

କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ପରେ ପୁଣି ଥରେ ନିର୍ବାଚନ ତାରିଖ ନିର୍ଦ୍ଧାରଣ ହେବ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏହାପୂର୍ବରୁ ବିଜେପି ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତାକାଲି ନାମାଙ୍କନ ଦାଖଲ କରାଯିବାର ଥିଲା । ଜୁଲାଇ ୧ ତାରିଖ ୧୦ରୁ ୧୨ଟା ମଧ୍ୟରେ ମତଦାନ ହୋଇଥାନ୍ତା। ୧ ତାରିଖ ଅପରାହଣ ୧୨ଟା ୩୦ରେ ଫଳାଫଳ ପ୍ରକାଶ କରାଯିବ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା । ଏବେ ନିର୍ବାଚନକୁ ଦଳ ପକ୍ଷରୁ ସ୍ଥଗିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+