ଖୁବଶୀଘ୍ର ଘୋଷଣା ହେବ ବିଜେପି ରାଜ୍ୟ କମିଟି; ଦୁଇ ଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାରାଥନ୍ ବୈଠକ
ଖୁବଶୀଘ୍ର ବିଜେପି ରାଜ୍ୟ କମିଟି । କମିଟିରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ ସଂପାଦକ (ସଂଗଠନ), ୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
କମିଟି ଯେ କୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ । ଦୁଇ ଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାରାଥନ୍ ବୈଠକରୁ ଏହା ବାରି ହେଉଛି ।
ଶନିବାର ରାତି ୨ଟା ପର୍ଯ୍ୟନ୍ତ ବୈଠକ ଚାଲିଥିବା ବେଳେ ରବିବାର ବି ଲମ୍ୱା ସମୟ ଧରି ବୈଠକ ଚାଲିଥିଲା । ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ସୂଚନା ମିଳିଥିଲା । ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ ।

ତେବେ କିଛି ଦଳୀୟ ନେତାଙ୍କ କହିବା ଅନୁସାରେ ପ୍ରଥମେ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା କରାଯିବ । ଏଥିରେ ୨୫ ପ୍ରତିଶତ ନୂଆ ମୁହଁ ଓ ୩୩ ପ୍ରତିଶତ ମହିଳା ସ୍ଥାନ ପାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ କିଛି ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଘୋଷଣା କରାଯିବ । ସରକାରୀ ଓକିଲଙ୍କ ତାଲିକା ବି ଜାରି ହେବ । କମିଶନ ପଦବି ବି ପୂରଣ ହେବ । ଶେଷରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ଯେହେତୁ ବୈଠକ ହେଉଥିଲା ତେଣୁ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ ଗଠନ ବାବଦରେ ଚର୍ଚ୍ଚା ହୋଇଛି । ସଙ୍ଗଠନ ପର୍ବରେ ଜିଲ୍ଲା, ମଣ୍ଡଳ ଓ ପ୍ରଦେଶ ରହିଛି । ତେଣୁ ପ୍ରାୟ ସମସ୍ତ ପ୍ରସଙ୍ଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଶୀଘ୍ର ଘୋଷଣା ହେବ ବୋଲି ଓଡ଼ିଶା ବିଜେପିର ସହପ୍ରଭାରୀ ଲତା ସୂଚନା ଦେଇଛନ୍ତି ।












Click it and Unblock the Notifications