ମୁହଁ ଖୋଲିଲେ ସମ୍ବିତ ପାତ୍ର : 'ଓଡ଼଼ିଶାର ପରିଚୟ ଜଗନ୍ନାଥ'
ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ।
ଭୁବନେଶ୍ୱର : ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି ବିଜେପିର ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, "ପୁରୀ ହେଉଁଛି ସମଗ୍ର ବ୍ରହ୍ମାଣ୍ଡର କେନ୍ଦ୍ର । ଆଜି ଯଦି ଓଡ଼ିଶାକୁ ଆମେ ଚିହ୍ନୁଛୁ ତାର ମୁଖ୍ୟ କାରଣ ହେଉଛି ପୁରୀ ଧାମ, ଜଗନ୍ନାଥ । ମୋ ପାଇଁ ଗୌରବର ବିଷୟ ମୁଁ 2019 ନିର୍ବାଚନରେ ମହାଧାମ୍ ପୁରୀରେ ଆସିକି ମୁଁ ନିର୍ବାଚନରେ ଭାଗ ନେଇ ପାରିଥିଲି । ଆପଣଙ୍କ ସ୍ନେହ ପାଇଥିଲି, ମଣିମାଙ୍କ ଆର୍ଶୀବାଦ ପାଇଥିଲି । ମୁଁ ଗୋଟିଏ ସାଧାରଣ ଘରର ପିଲା, ମୋତେ କିଏ ଚିହ୍ନିଥିଲା ? ପୁରୀ ଭଳି ମହାଧାମକୁ ଆସିକି ମୋତେ ଆପଣ ଚିହ୍ନିଲେ ।" କେବଳ ସେତିକି ନୁହେଁ ମନ୍ଦିର ଖୋଲା ଯିବାକୁ ନେଇ ମଧ୍ୟ ସେ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି ।

ସେ କହିଛନ୍ତି "ମନ୍ଦିର ଖୋଲା ହେଉ । ସମସ୍ତେ ଚାହୁଁଛନ୍ତି ମନ୍ଦିର ଦ୍ୱାର ଖୋଲ ହେଉ । ମନ୍ଦିର ଓ ଭକ୍ତ ମଧ୍ୟରେ ବ୍ୟବଧାନ ନରହୁ । ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ମନ୍ଦିର ଖୋଲା ହେଉ, ଭକ୍ତଙ୍କୁ ଦର୍ଶନ ମିଳୁ ।
ଜଗନ୍ନାଥ ଧାମ ପୁରୀ ପାଇଁ ଓଡିଶା ପରିଚିତ। ପୁରୀ ଧାମ ସମଗ୍ର ଭାରତ ଏବଂ ଓଡିଶାର ଗର୍ବ ।
— Sambit Patra (@sambitswaraj) November 18, 2020
କରୋନାର SOP ଅନୁସରଣ କରି ଭକ୍ତମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ।
ଜୟ ଜଗନ୍ନାଥ🙏 pic.twitter.com/7os8khOp1P
ହେଲେ ଯାହା ଏସଓପି ଅଛି ସେହି ଅନୁସାରେ ମନ୍ଦିର ଖୋଲା ହେଉ ।"
ଏଠାରେ ସୂଚନାଥାଉକି, ପୁରୀ କଲିକାତରେ ବୋଲି ଲେଖାଶ୍ରୀ କହିଥିଲେ । ଏପରିକି ସମ୍ବିତ ପାତ୍ରଙ୍କ ଯୋଗୁଁ ଲୋକେ ପୁରୀକୁ ଚିହ୍ନିଲେ ବୋଲି ଲେଖାଶ୍ରୀ କହିଥିଲେ । ଏହାକୁ ନେଇ କଂଗ୍ରେସ ଓ ବିଜେଡି ଜୋରଦାର୍ ବିରୋଧ କରିଥିଲେ ।












Click it and Unblock the Notifications