ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ୨ ଦିନିଆ ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ । ୨୦୨୪ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଦେଖିବା ସହ ବିଜୟୀ ହେବାର ଦେବେ ମନ୍ତ୍ର । ସେହିପରି ପଦ୍ମପୁର୍ ପଲିଟିକ୍ସକୁ ନେଇ କରିବେ ସମୀକ୍ଷା ।

ସୂଚନା ଅନୁସାରେ, ଆଜି ଦୁଇଟି ପର୍ଯ୍ୟାୟରେ ବୈଠକ ହେବ । ଦିନ ୧୧ ଟାରେ ବସିବ ପ୍ରଥମ ବୈଠକ । ଜିଲ୍ଲା ପ୍ରଭାରୀ, ବିଧାୟକ ଏବଂ ସାଂସଦ ଏହି ବୈଠକରେ ଯୋଗ ଦେବେ । ଏହା ପରେ ଅପରାହ୍ନରେ କୋର୍ କମିଟି ବୈଠକ ବସିବ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ଶା ପ୍ରଭାରୀ ଡି. ପୁରେନ୍ଦଶ୍ୱରୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ । ତେବେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ । ସେହିପରି ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରିବେ ।












Click it and Unblock the Notifications