ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ବିଜେପିର ହରତାଳ

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଆଜି ଭୁବନେଶ୍ୱରର ୫ଟି ସ୍ଥାନରେ ହରତାଳ କରୁଛି ବିଜେପି । ଭୁବନେଶ୍ୱର ଏଜି ଛକ, ଜୟଦେବ ବିହାର, ପଳାଶୁଣି ଛକ, ଖଣ୍ଡଗିରି ଛକ ଏବଂ ସାମନ୍ତରାପୁର ଛକରେ ବିଜେପି ନେତା ବିକ୍ଷୋଭ ସହ ପ୍ରତିବାଦ କରୁଛନ୍ତି ।

BJP Protest

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଆଜି ଭୁବନେଶ୍ୱରର ୫ଟି ସ୍ଥାନରେ ହରତାଳ କରୁଛି ବିଜେପି । ଭୁବନେଶ୍ୱର ଏଜି ଛକ, ଜୟଦେବ ବିହାର, ପଳାଶୁଣି ଛକ, ଖଣ୍ଡଗିରି ଛକ ଏବଂ ସାମନ୍ତରାପୁର ଛକରେ ବିଜେପି ନେତା ବିକ୍ଷୋଭ ସହ ପ୍ରତିବାଦ କରୁଛନ୍ତି । କିଛି ସ୍ଥାନରେ ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମଧ୍ୟ ବିଜେପି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟି କରିଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ବିଜେପି ପକ୍ଷରୁ ଆଜି କେବଳ ରାଜଧାନୀରେ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଆଫିସ ଆଗରେ ଆନ୍ଦୋଳନ କରାଯିବ । ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ଦଳ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଅନ୍ୟପକ୍ଷରେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଜି ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ଆସନ୍ତାକାଲି ପଞ୍ଚାୟତ ଅଫିସ୍ ଓ ୧୬ରେ ବ୍ଲକ, ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+