ଖୁବଶୀଘ୍ର ବିଜେପି ସଭାପତି ନିର୍ବାଚନ ହୋଇପାରେ, ଏପ୍ରିଲ ୨୦ ପରେ ହେବ ଅଧ୍ୟକ୍ଷ ଚୟନ
Odisha News: ଖୁବଶୀଘ୍ର ବିଜେପି ସଭାପତି ନିର୍ବାଚନ ହୋଇପାରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨୦ ତାରିଖ ପରେ ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରି ରାଜ୍ୟରେ ଦଳୀୟ ସଭାପତିଙ୍କ ନାମ ଘୋଷଣା କରାଯାଇ ପାରେ । ପ୍ରମୁଖ ରାଜ୍ୟ ଗୁଡିକରେ ରାଜ୍ୟ ସଭାପତିଙ୍କୁ ଚୂଡାନ୍ତ କରିବା ପାଇଁ ଦଳର ଶୀର୍ଷ ନେତାମାନେ ବ୍ୟାପକ ଆଲୋଚନ ହୋଇସାରିଛି ।

ସୂଚନା ଅନୁସାରେ, ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଏବ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଓଡ଼ିଶା ପାଇଁ ନୂତନ ରାଜ୍ୟ ସଭାପତିଙ୍କ ନିଯୁକ୍ତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ କରିଥିଲେ । ଏପର୍ଯ୍ୟନ୍ତ ୧୪ ଜଣ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି କରାଯାଇଛି।












Click it and Unblock the Notifications