ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜେପି ନଡ୍ଡା ରୋଡ ଶୋ କରି ବିମାନବନ୍ଦରରୁ ଯାଇଥିଲେ ।

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜେପି ନଡ୍ଡା ରୋଡ ଶୋ କରି ବିମାନବନ୍ଦରରୁ ଯାଇଥିଲେ । ସେଠାରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦ୍ବୋଧନ ଦେବେ ।

JP Nadda

ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ପ୍ରତି ପଞ୍ଚାୟତରୁ ୩ ଜଣ ଲେଖାଏ କାର୍ଯ୍ୟକର୍ତ୍ତା ଯୋଗ ଦେବେ । ଆଜି ନଡ୍ଡା ସେମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଗୁରୁମନ୍ତ୍ର ଦେବେ । ଏପରିକି ୨୦୨୪ ନିର୍ବାଚନ ପାଇଁ ଋଣନୀତି ସାଙ୍ଗକୁ ସଙ୍ଗଠନକୁ ମଜଭୁତ୍ କରିବା, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅବଗତ କରିବା ନେଇ ବିସ୍ତୁତ ଭାବେ ଆଲୋଚନା କରିବେ ।

ଏହା ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର କମିଟି ବୈଠକ ବସିବ । ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହା ପରେ ସଂଧ୍ୟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ବିଜେଡି ସହ ଫାଇଟ୍‌ କରିବାକୁ ରୋଡ ପ୍ଲାନ୍‌ ପ୍ରସ୍ତୁତ କଲାଣି ବିଜେପି। ଗତ ଅଗଷ୍ଟରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିବା ବେଳେ ସେପ୍ଟେମ୍ବର ପ୍ରାରମ୍ଭରେ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ। ଏହାପରେ ଏବେ ପୁଣି ଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+