ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଦିନିକିଆ ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି । ଆଜି ରାଜ୍ୟ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କୁ ନିର୍ବାଚନର ଗୁରୁମନ୍ତ୍ର ଦେବେ ନଡ୍ଡା । କେଉଁ ମନ୍ତ୍ର ନେଇ ଆଗାମୀ ନିର୍ବାଚନ ପାଇଁ ଲୋକଙ୍କ ପାଖକୁ ଯିବେ ସେନେଇ ରଣନୀତି ପ୍ରସ୍ତୁତ କରିବେ ଜେ.ପି ନଡ୍ଡା । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗତ ୮ ଦିନ ମଧ୍ୟରେ ଏହା ହେଉଛି ନଡ୍ଡାଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ । ଏହାପୂର୍ବରୁ ଗତ ୨୮ ତାରିଖରେ ସେ ବ୍ରହ୍ମପୁର ଗସ୍ତରେ ଯାଇଥିଲେ ।
ଏଥର ବିଜେପି ଫୋକସରେ ରହିଛି ବିଜେପି । ଦଳର ବରିଷ୍ଠ ନେତା ମାନେ ବର୍ତ୍ତମାନ ଓଡ଼ିଶାରେ ଡେରା ପକାଇଛନ୍ତି । ଗତକାଲିଠୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓଡ଼ିଶାରେ ଅଛନ୍ତି । ଆଜି ସମ୍ବଲପୁର ଏବଂ କଟକରେ ତାଙ୍କକ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ମୋଦୀ ଏବଂ ନଡ୍ଡାଙ୍କ ଓଡ଼ିଶା ଗସ୍ତ ରାଜନୈତୀକ ମାହୋଲକୁ ସରଗରମ କରିଛି ।












Click it and Unblock the Notifications