ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ; ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ

ବିଜେପି ୧୭ ଅଗଷ୍ଟରେ ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ଡାକିଛି। ଏହି ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ। ଏନଡିଏ ୨୧ ଅଗଷ୍ଟରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରିବ। ଏଥିରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ ।

ସଂସଦୀୟ ବୋର୍ଡର ବୈଠକ ଡାକିଛି ବିଜେପି । ଏହି ବୈଠକ ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ହେବବ। ଏଥିରେ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କୁ ୨୧ ଅଗଷ୍ଟରେ ଦିଲ୍ଲୀରେ ରହିବାକୁ କୁହାଯାଇଛି। ସେହି ଦିନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ଏହା ଏକ ଶକ୍ତି ପ୍ରଦର୍ଶନ ଭାବେ ମଧ୍ୟ ଦେଖାଯାଉଛି। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ ରହିଛି।

BJP parliamentary board meeting on Sunday

ସମ୍ଭବ ହେଲେ ସେହି ଦିନ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇପାରେ। ନିର୍ବାଚନ ଆୟୋଗ ୯ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛି।

ଇଣ୍ଡିଆ ମେଣ୍ଟ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ଏକ ସାଧାରଣ ପ୍ରାର୍ଥୀ ଉପସ୍ଥାପନ କରିବ। ତେବେ ପ୍ରାର୍ଥୀ କେଉଁ ଦଳର ହେବେ କିମ୍ବା କିଏ ହେବେ, ତାହା ଆଗାମୀ ଦିନରେ ନିଷ୍ପତ୍ତି ହେବ। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି।

ନିର୍ବାଚନ ଆୟୋଗ ୭ ଅଗଷ୍ଟ ୨୦୨୫ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। ୨୨ ଅଗଷ୍ଟରେ ନାମାଙ୍କନ ଯାଞ୍ଚ ହେବ। ପ୍ରାର୍ଥୀତ୍ୱ ପ୍ରତ୍ୟାହାରର ଶେଷ ତାରିଖ ୨୫ ଅଗଷ୍ଟ। ଏହାପରେ ୯ ସେପ୍ଟେମ୍ବରରେ ଭୋଟ ଗ୍ରହଣ ହେବ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇ ୨୦୨୫ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଥିଲେ, ଯାହା ତୁରନ୍ତ ଗ୍ରହଣ କରାଯାଇଥିଲା। ଧନଖଡ଼ ଲେଖିଥିଲେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ବିଶ୍ରାମ ଦରକାର। ସେ କହିଛନ୍ତି, ଦେଶ ସେବା ତାଙ୍କ ଜୀବନର ଗୌରବ, କିନ୍ତୁ ଏବେ ସେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବାକୁ ବାଧ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+