BJP Odisha: ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏ ସେବା ପକ୍ଷ ପାଳିବ ବିଜେପି
ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ବି ଏଥିରେ ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଯାଏ ସେବା ପକ୍ଷ ପାଳିବ ବିଜେପି। ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନେଇ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଛି ରାଜ୍ୟ ସ୍ତରୀୟ କର୍ମଶାଳା। ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଓ ପୁସ୍ତକ ବଣ୍ଟନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଯାଏ ସେବା ପକ୍ଷ ପାଳିବ ବିଜେପି। ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନେଇ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଛି ରାଜ୍ୟ ସ୍ତରୀୟ କର୍ମଶାଳା। ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଓ ପୁସ୍ତକ ବଣ୍ଟନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ।












Click it and Unblock the Notifications