ଓଡ଼ିଶାକୁ ଆଗକୁ ନେବାର ନିର୍ବାଚନ ଇଏ: ଜେପି ନଡ୍ଡା
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡା । ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବ୍ରହ୍ମପୁରର ଆମ୍ବପୁଆ ଠାରେ ଅନୁଷ୍ଠିତ 'ବିଜୟ ସଂକଳ୍ପ ସମାବେଶ' ଦେଇଛନ୍ତି ବକ୍ତବ୍ୟ । ସେ ଏଠାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ ମଧ୍ୟ କରିବେ । ମୋଦୀଙ୍କ ରାଜନୀତିରେ ଭାରତ ବଦଳିଛି ।
ଏହା ଆମେ କହୁନାହୁଁ ଏହା ବିଶ୍ୱ କହୁଛି । ପରିବର୍ତ୍ତିତ ଭାରତର ଉତ୍ସାହ ଦେଖାଯାଉଛି । ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ନିର୍ମାଣ ପାଇଁ । ଓଡ଼ିଶାରେ ବିକାଶ ପାଇଁ । ଦେଶର ୮୦ କୋଟି ଲୋକଙ୍କୁ ପ୍ରତିମାସ ରାସନ ଦେଉଛନ୍ତି । ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମୋଦୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି । ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି । ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି ବୋଲି କହିଛନ୍ତି ଜେପି ନଡ୍ଡା ।

ଆହୁରି ସେ କହିଛନ୍ତି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାର ୨୧ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରାନ୍ତୁ । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରନ୍ତୁ । ଆଜି ଦେଶରେ ଅଟୋମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି । ଓଡିଶାକୁ ମୋଦୀ ସବୁବେଳେ ଭଲ ଦୃଷ୍ଟିରେ ଦେଖିଛନ୍ତି । ଓଡିଶାକୁ ସବୁବେଳେ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ନଡ୍ଡା କହିଥିଲେ । ବର୍ତ୍ତମାନ ଏୟାରପୋର୍ଟ ଆଉ ରେଲୱେ ଷ୍ଟେସନ ଭିତରେ କିଛି ଫରକ୍ ନାହିଁ ।
ଏବେ ଓଡିଶାରେ ୨୫ଟି ଷ୍ଟେସନର ନିର୍ମାଣ ଚାଲିଛି । ଶେଷରେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ଜେପି ନଡ୍ଡା । ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଏଠାରେ ବାବୁରାଜ୍, ଦୁର୍ନୀତି ଚାଲିଛି ବୋଲି ନଡ୍ଡା କହିଥିଲେ । ଚିଟଫଣ୍ଡ ଦୁର୍ନୀତି କଥା ଉଠାଇବା ସହ ରାଜ୍ୟ ସରକାରକୁ ଘେରିଥିଲେ ବିଜେପି ଅଧ୍ୟକ୍ଷ ।
-
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା -
ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କ୍ୟାବିନେଟ୍ ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ହେବ ନାହିଁ -
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୫ଦିନ ଝଡ଼ବର୍ଷା, ସତର୍କ ସୂଚନା ଜାରି -
୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ, ୨୫ରେ ହେବ ଅଳଙ୍କାର ଗଣତିମଣତି -
ଚାଲିପାରୁନି ବିଧାନସଭା, ଦିନ ୧ଟା ଯାଏଁ ଗୃହ ମୁଲତବି -
ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ପଶ୍ଚିମ ଏସିଆ ପରିସ୍ଥିତି ନେଇ ଏହି ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ











Click it and Unblock the Notifications