ନଡ୍ଡାଙ୍କ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଦେଲା ବିଜେପି

ନଡ୍ଡାଙ୍କ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଦେଲା ବିଜେପି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଦେଲା ରାଜ୍ୟ ବିଜେପି । ଆସନ୍ତା ୨୯ ଏବଂ ୩୦ ତାରିଖରେ ନଡ୍ଡାଙ୍କର ଓଡ଼ିଶା ଗସ୍ତ ରହିଛି । ଓଡ଼ିଶା ଗସ୍ତ କାଳରେ ଧାମନଗର ଯିବେ ନଡ୍ଡା । ବିଜେପିର ବିଧାୟକ ସ୍ବର୍ଗତ ଵିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଏହି ଅଵସରରେ ଭେଟିବେ ।

BJP National President JP Nadda

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ସକାଳ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ । ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ ନଡ୍ଡା । ସେଠାରେ ଦିନ ୧୧ଟା ବେଳେ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧନ କରିବେ । ତାହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି । ଯେଉଁଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ। ଏହା ସହ ସାଙ୍ଗଠନିକ ବୈଠକ ବି ହେବ ।

ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ସେଠାରୁ ସିଧାସଳଖ ଭଦ୍ରକ ଧାମନଗର ଯିବେ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ଧାମନଗରରୁ ଫେରିବା ପରେ ଦିନ ୧୧ ଟା ବେଳେ ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ ବି ଜନତା ମଇଦାନରେ ହେବ । ଯାହା କି ସଂଯୁକ୍ତ ମୋର୍ଚ୍ଚର ସମାବେଶ ହେବ । ସେହି ଦିନ ସନ୍ଧ୍ୟାରେ ହିଁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+