ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଓଡ଼ିଶା ଆସିବା ନେଇ ରହିଛି ସୂଚନା । ୨୮ କିମ୍ବା ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏନେଇ ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଖୁବ ଶିଘ୍ର ଚୁଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ କରାଯିବ ।

JP Nadda

ସୂଚନାଥାଉ ଯେ, ଗତ ସେପ୍ଟେମ୍ବର ମାସରେ ଦୁଇ ଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ ଜେ.ପି ନଡ୍ଡା । ୨୦୨୪ ନିର୍ବାଚନରେ ବିଜେଡି ସହ ଫାଇଟ୍‌ କରିବାକୁ ରୋଡ ପ୍ଲାନ୍‌ ପ୍ରସ୍ତୁତ କଲାଣି ବିଜେପି । ନିକଟରେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ। ଏହାପରେ ଏବେ ପୁଣି ଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି । ତେବେ ଗତଥର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ସଂଗଠନକୁ ସୁଦୃଢ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ । ଏବଂ ଦଳର ସଦସ୍ୟ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+