ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା
ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ୨୦୨୪ ନିର୍ବାଚନ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ କଲାଣି ବିଜେପି । ଆଗାମୀ ନିର୍ବାଚନ ପାଇଁ ମନ୍ତ୍ରୀ ଓ କର୍ମୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ୨୦୧୯ ତୁଳନାରେ ୨୦୨୪ରେ ନିର୍ବାଚନରେ ଅଧିକ ଭୋଟ୍ ଏବଂ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷରେ ରହିଛି ବିଜେପି ।

ଆଜି ତୁମୁଡ଼ିବନ୍ଧ ଏବଂ ବାଣପୁରରେ ୨ଟି ଜନସଭାରେ ସୋମ୍ବୋଧନ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କନ୍ଧମାଳ ତୁମୁଡିବନ୍ଧରେ ଜନସଭା କରିବେ । ଜଲେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ ଗୁରୁକୂଳରେ ନୂତନ କନ୍ୟାଶ୍ରମର ଉଦଘାଟନ କରିବେ । ଏହା ପରେ ଅପରାହ୍ନ ୩ଟାରେ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ ସେ ବାଣପୁରସ୍ଥିତ ମାଆ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ତୁମୁଡିବନ୍ଧ ଓ ବାଣପୁରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଗତ ସେପ୍ଟେମ୍ବର ମାସରେ ଦୁଇ ଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ ଜେ.ପି ନଡ୍ଡା । ନିକଟରେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ। ଏହାପରେ ଏବେ ପୁଣି ଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି ।












Click it and Unblock the Notifications