ଶ୍ରୀଜିଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଶ୍ରୀଜିଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱିତୀୟ ଦିନ । ସେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଛନ୍ତି । ସେଠାରୁ ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳ ସାଢ଼େ ୧୦ଟାରେ ଏସଭିନିରତାରର ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠାର ଲୋକାର୍ପଣ କରିବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ । ସେହିପରି ଅପରାହ୍ନ ୫.୩୦ରେ ୟୁନିଟ-୯ ସ୍ଥିତ ୱାର୍ଡ ନମ୍ବର ୨୯ରେ ବୁଥ ବୈଠକରେ ଯୋଗ ଦେଇ ସନ୍ଧ୍ୟା ୭ ଟାରେ ଦିଲ୍ଲୀ ଫେରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

BJP national president JP Nadda, along with Union Minister Dharmendra Pradhan, visits & offers prayers at Shree Jagannatha Temple in Puri, Odisha pic.twitter.com/TJ3MQStjyr
— ANI (@ANI) September 30, 2022
#WATCH | BJP national president JP Nadda, along with Union Minister Dharmendra Pradhan, visits Shree Jagannatha Temple in Puri, Odisha to offer prayers. pic.twitter.com/Ng6p1r2lHg
— ANI (@ANI) September 30, 2022
ତେବେ ଗୁରୁବାର ଭୁବନେଶ୍ୱରରେ ପହଁଚିବା ପରେ ନଡ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ଏକ ବିଶାଳ ବାଇକ ରାଲିରେ ତାଙ୍କୁ ନିଆଯାଇଥିଲା ।ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ବିଜେଡି ସହ ଫାଇଟ୍ କରିବାକୁ ରୋଡ ପ୍ଲାନ୍ ପ୍ରସ୍ତୁତ କଲାଣି ବିଜେପି। ଗତ ଅଗଷ୍ଟରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିବା ବେଳେ ସେପ୍ଟେମ୍ବର ପ୍ରାରମ୍ଭରେ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ। ଏହାପରେ ଏବେ ପୁଣି ଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି।












Click it and Unblock the Notifications