ଆଜି ପୁରୀ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
Odisha News: ଆଜି ପୁରୀ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ତିନିଦିନ ଧରି ପୁରୀରେ ସାଂସଦ ଓ ବିଧାୟକଙ୍କର ହେବ ପ୍ରଶିକ୍ଷଣ । ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶି କିପରି କାର୍ଯ୍ୟ କରିବେ ଏବଂ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ଗୁରୁମନ୍ତ୍ର ଦେବେ ନଡ୍ଡା ।
ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ସ୍ଵଚ୍ଛତାର ସହ ପହଞ୍ଚା ଯାଇ ପାରିବେ ସେ ନେଇ ମଧ୍ୟ ତାଲିମ ଦିଆଯିବ । ଉତ୍ତମ ଭାଷଣ କିପରି ଦେବେ ସେ ନେଇ ମଧ୍ୟ ଟିପ୍ସ ଦିଆଯିବ । ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ନେଇ ସୂଚନା ରହିଛି ।

ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକ ଏବଂ ୩ ଜଣ ସ୍ୱାଧୀନ ବିଧାୟକ ଭାଗ ନେବେ । ଏଥିସହ ବିଜେପି ରାଜ୍ୟ ସଭାପତି,ସାଧାରଣ ସମ୍ପାଦକ ଓ ସମସ୍ତ ପଦାଧିକାରୀ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ନେଇ ସୂଚନା ରହିଛି ।












Click it and Unblock the Notifications