୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ନଡ୍ଡା। ଏହି ଅବସରରେ ଭାଜପା ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ୨୮ ତାରିଖ ଅର୍ଥାତ ଶୁକ୍ରବାର ପ୍ରଥମଥର ପାଇଁ ପୁରୀରେ ଆୟୋଜନ ହେଉଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ସେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କୋଣାର୍କ ଯାଇ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications