ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା, କହିଲେ ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ହଟାଅ
ବ୍ରହ୍ମପୁରର : ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି । ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ତେଣୁ ସତର୍କ ହୋଇଯାନ୍ତୁ । ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ'ଣ କେହି ନେତା ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି । ଏଥିପ୍ରତି ଓଡ଼ିଶାବାସୀ ସଚେତନ ହେବା ଜରୁରୀ । ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ ବୋଲି ସେ କହିଛନ୍ତି । ଏହାସହ ଆହୁରି କହିଛନ୍ତି ଓଡିଶାକୁ ମୋଦୀ ସବୁବେଳେ ଭଲ ଦୃଷ୍ଟିରେ ଦେଖିଛନ୍ତି ।
ଓଡିଶାକୁ ସବୁବେଳେ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ନଡ୍ଡା କହିଥିଲେ । ବର୍ତ୍ତମାନ ଏୟାରପୋର୍ଟ ଆଉ ରେଲୱେ ଷ୍ଟେସନ ଭିତରେ କିଛି ଫରକ୍ ନାହିଁ । ଏବେ ଓଡିଶାରେ ୨୫ଟି ଷ୍ଟେସନର ନିର୍ମାଣ ଚାଲିଛି । ଶେଷରେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ଜେପି ନଡ୍ଡା ।

ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଏଠାରେ ବାବୁରାଜ୍, ଦୁର୍ନୀତି ଚାଲିଛି ବୋଲି ନଡ୍ଡା କହିଥିଲେ । ଚିଟଫଣ୍ଡ ଦୁର୍ନୀତି କଥା ଉଠାଇବା ସହ ରାଜ୍ୟ ସରକାରକୁ ଘେରିଥିଲେ ବିଜେପି ଅଧ୍ୟକ୍ଷ । ଏପରି ସରକାରକୁ ହଟେଇବା ସହ ରାଜ୍ୟରେ ବିଜେପିକୁ ଭୋଟ୍ ଦେବାକୁ ନଡ୍ଡା ଆହ୍ୱାନ କହିିଥିଲେ । ନଡ୍ଡା ଆହୁରି କହିଛନ୍ତି, ମୋଦି ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡ଼ିଛନ୍ତି ।
ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ । ୨ ବର୍ଷ ଭିତରେ ଭାରତ ତୃତୀୟ ବଡ଼ ଆର୍ôଥକ ଶକ୍ତି ବନିବ । ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି । ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ସହାୟତା ଯାଉଛି । ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି । ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି । ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications