ରାମ ମନ୍ଦିର ନିର୍ମାଣ ପାଇଁ ମୋଟା ଅଙ୍କର ଟଙ୍କା ଦାନ କଲେ ଗୌତମ ଗମ୍ଭୀର
ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କୋଟି ଟଙ୍କା ଦାନ କରିଛନ୍ତି।
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କୋଟି ଟଙ୍କା ଦାନ କରିଛନ୍ତି। ପୂର୍ବ ଦିଲ୍ଲୀର ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ, ଶେଷରେ ଏକ ପୁରୁଣା ପ୍ରସଙ୍ଗ ଶେଷ ହୋଇଛି। ଏହା ଏକତା ଏବଂ ଶାନ୍ତି ପାଇଁ ବାଟ ଫିଟାଇବ । ଏଥି ପାଇଁ ମୁଁ ଏବଂ ମୋ ପରିବାର ଏକ ଛୋଟ ଅବଦାନ ଦେଇଛୁ ।

ଗତ କିଛି ଦିନ ତଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି, ବିହାର ରାଜ୍ୟପାଳ ଫାଗୁ ଚୌହାନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ଲୋକ ରାମ ମନ୍ଦିର ପାଇଁ ଦାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗତ ବର୍ଷ ଅଗଷ୍ଟରେ ଭୁମି ପୂଜନ କରିଥିଲେ। ଶ୍ରୀ ରାମ ଜନମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ ଅନୁଯାୟୀ, ରାମ ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ଏହି ମନ୍ଦିର 36 ରୁ 40 ମାସ ମଧ୍ୟରେ ପ୍ରସ୍ତୁତ ହୋଇପାରିବ।












Click it and Unblock the Notifications