ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ, କହିଲେ ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର
ବାଲେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ମତଦାନ ଅଧିକାରେ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବାପରେ ସେ କହିଛନ୍ତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର, କର୍ତ୍ତବ୍ୟ ଏବଂ ଦାୟିତ୍ ଅଟେ । ଏହି ମୁହୂର୍ତ୍ତଗୁଡିକ ମୋତେ ଖୁସି ଦେଇଥାଏ, ଲୋକମାନେ ବାହାରକୁ ଆସି ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍ ବୋଲି କହିଛନ୍ତି ପ୍ରତାପ ଚନ୍ଦ୍ର ଶଢ଼ଙ୍ଗୀ ।
ଅନ୍ୟପଟେ ମତଦାନରେ ସାମିଲ ହେଲେ ୍ୱିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ୧୪୨ ନମ୍ୱର ନଂ ୍ୱୁଥ ଚିଙ୍ଗୁଡ଼ିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ କଲେ ନିଜର ମତାଧିକାର ସାବ୍ୟସ୍ତ ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ ଜଗତସିଂହପୁର, କେନ୍ଦ୍ରାପଡ଼ା,ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି ।

ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି । ଏଥିମଧ୍ୟରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।












Click it and Unblock the Notifications