ପ୍ରଥମ ଦିନରୁ ତାତିଲା ଗୃହ: କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା
ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ନାରାବାଜି କରିଛି ।

ଭୁବନେଶ୍ୱର: ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ମାତ୍ର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ ।
ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ନାରାବାଜି କରିଛି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ବିଜେପି କକ୍ଷତ୍ୟାଗ କରିବା ପରେ ବିଧାନସଭାର ପ୍ରବେଶ ପଥରେ ଧାରଣା ଦେଇଛନ୍ତି । ବିଜେପି ସଦସ୍ୟମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ପ୍ଲାକାର୍ଡରେ 'ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କହିବା ବନ୍ଦ କର' ବୋଲି ଉଲ୍ଲେଖଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, ପୁଞ୍ଜି ନିବେଶରେ ସମ୍ଭାବନା ସୃଷ୍ଟି କରିଛି ମେକ୍ ଇନ୍ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ପାଇଁ ଆଗରେ ରହିଛି ଓଡ଼ିଶା । ଖରିଫ୍ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ ହଜାର କୋଟି ରହିଛି । ସେହିପରି ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ ରହିଛି । 5T ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି । ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଥିବା ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।












Click it and Unblock the Notifications