For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭାରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ

ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି।

|

ଭୁବନେଶ୍ବର: ଜାରି ରହିଛି ବିଧାନସଭା ବଜେଟ ଅଧିବେସନ । ଆଜି ଧାନ ମଣ୍ଡିରେ ଧାନ କିଣାରେ ଅନିୟମତା ନେଇ ସରଗରମ ହୋଇଥିଲା ଗୃହ । ମଣ୍ଡିରୁ ଧାନ ଉଠାଇବା ନେଇ ଗୃହରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି। ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି।

Odisha Assembly

ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଥିବା ସେ କହିଛନ୍ତି । ସେହିପରି ଶୂନ୍ୟକାଳରେ ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଧାନ କିଣା ବର୍ତ୍ତମାନ ରାଜ୍ୟରେ ବଡ ସମସ୍ୟା। ପଞ୍ଜିକରଣ ଚାଷୀଙ୍କଠାରୁ ସରକାର କିଣିବାକୁ ବାଧ୍ୟ। । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି।

ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ବାଚସ୍ପତିଙ୍କ ନିକଟରେ ଏପରି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ବିଧାନସଭାରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X