ବିଧାନସଭାରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ

ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି।

ଭୁବନେଶ୍ବର: ଜାରି ରହିଛି ବିଧାନସଭା ବଜେଟ ଅଧିବେସନ । ଆଜି ଧାନ ମଣ୍ଡିରେ ଧାନ କିଣାରେ ଅନିୟମତା ନେଇ ସରଗରମ ହୋଇଥିଲା ଗୃହ । ମଣ୍ଡିରୁ ଧାନ ଉଠାଇବା ନେଇ ଗୃହରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି। ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି।

Odisha Assembly

ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଥିବା ସେ କହିଛନ୍ତି । ସେହିପରି ଶୂନ୍ୟକାଳରେ ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଧାନ କିଣା ବର୍ତ୍ତମାନ ରାଜ୍ୟରେ ବଡ ସମସ୍ୟା। ପଞ୍ଜିକରଣ ଚାଷୀଙ୍କଠାରୁ ସରକାର କିଣିବାକୁ ବାଧ୍ୟ। । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି।

ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ବାଚସ୍ପତିଙ୍କ ନିକଟରେ ଏପରି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+