ଜୟନାରାୟଣଙ୍କ ବିବାଦୀୟ ବୟାନ, କହିଲେ ମୋର ଯୋଗ୍ୟତା ନାହିଁ, ସେଥିଲାଗି.....
ଶାହାଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସେ ନିଜର ମତ ରଖି ତେରଛା ବାଣ ମାରିଛନ୍ତି। ସେ ମୁହଁ ଖୋଲି ପୁଣି ବିବାଦ ସୃଷ୍ଟି କରିଛନ୍ତି।

ଜୟ ନାରାୟଣ କହିଛନ୍ତି ଗୋଟେ ଜାଗାରେ ବସିବାର ଯୋଗ୍ୟତା ରହିବା କଥା। ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି ସେଥିପାଇଁ ଗଲିନି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ସେ ଜାଗା ରାଜ୍ୟ ସଭାପତି, ସମ୍ପାଦକ, ମନ୍ତ୍ରୀଙ୍କ ପାଇଁ ଥିଲା। ସେଥି ମଧ୍ୟରୁ ମୁଁ କେହି ନୁହଁ, ସେଠି ବସିବାର ଆବଶ୍ୟକତା ନ ଥିଲା ବୋଲି ବରିଷ୍ଠ ନେତା ଜୟନାରାୟଣ କହିଛନ୍ତି।












Click it and Unblock the Notifications