ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆବେଦନ ଖାରଜ; ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆବେଦନ ଖାରଜ। ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ। ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁରରେ ଘଟିଥିଲା ଘଟଣା। ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ ଜୟନାରାୟଣ ଓ ଆଇଆଇସି।

ଏହି ଏଫଆଇଆରରେ ଗିରଫ ସମ୍ଭାବନା ଥିବାରୁ ଜୟନାରାୟଣ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛିଲେ । କିନ୍ତୁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଜୟନାରାୟଣ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଜଣେ ଜନପ୍ରତିନିଧିଙ୍କ ବ୍ୟବହାର ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଉଚିତ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ଜଷ୍ଟିସ ହୃଶିକେଶ ରୟ ଓ ଏସଭିଏନ ଭଟ୍ଟି ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।
ନଭେମ୍ବର ୧୬ ୨୦୨୩ରେ ହାଇକୋର୍ଟଙ୍କ ଦ୍ୱାରା ଆବେଦନ ଖାରଜ ପରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ପୂର୍ବରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି କୋର୍ଟ ଆବେଦନ ଖାରଜ କରିବା ପରେ ତାଙ୍କ ଗିରଫଦାରିର ବାଟ ଖୋଲିଯିବ । ଏହି ଘଟଣାକୁ ନେଇ ସେହି ସମୟରେ ବିଜେପି ଓ ବିଜେଡି ମୁହାଁ ମୁହିଁ ହୋଇଥିଲେ । ବିଜେଡିର ହାତ ବାରିଶି ସାଜି ଆଇଆଇସି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଜାଣିଶୁଣି ଉତ୍ତେଜିତ କରିଥିଲେ ଓ ଜୟନାରାୟଣଙ୍କ ପାଦକୁ ଦଳି ଦେଇଥିଲେ ବୋଲି ଜୟନାରାୟଣ ଅଭିେଭୋଗ କରିଥିଲେ । ତେବେ ଗୋଡ ମାଡିବା ପରେ ଜୟନାରାୟଣ ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । ତେବେ ଜୟନାରାୟଣ ଏହାକୁ ସେଲ୍ଫ ଡିଫେନ୍ସ ପାଇଁ ସ୍ୱତପ୍ରବୃତ କ୍ରିୟା ବୋଲି ଯୁକ୍ତି ବାଢିଥିଲେ ।












Click it and Unblock the Notifications