ସେପ୍ଟେମ୍ବର ୧ ରୁ ବିଜେପିର ସଦସ୍ୟତା ଅଭିଯାନ; ଓଡ଼ିଶାରେ ଏକ କୋଟି ଛୁଇଁବ ସଦସ୍ୟତା, ମନମୋହନ

ଭାଜପା ସେପ୍ଟେମ୍ବର ୧ ତାରିଖରୁ ରାଷ୍ଟ୍ରୀୟ ସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଓଡ଼ିଶାରେ ୧ କୋଟି ସଦସ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଭାଜପାର ବିଚାରଧାରାକୁ ଭଲ ପାଉଥିବା ଓ ଦଳକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ। ଲୋକଙ୍କ ପାଖକୁ ଯାଇ କାର୍ଯ୍ୟକର୍ତ୍ତା ସମ୍ପର୍କ ସ୍ଥାପନ କରିବେ। ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଭାଜପା ସମ୍ବିଧାନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁନର୍ବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ କରାଯାଏ। ପ୍ରଥମେ ରାଜ୍ୟ, ଜିଲା, ମଣ୍ଡଳ ଓ ବୁଥ୍‌ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହେବ। ମଙ୍ଗଳବାର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ଏମ୍‌ପି, ବିଧାୟକ, ପଦାଧିକାରୀ, ଜିଲା ସଭାପତି, ସାଧାରଣ ସମ୍ପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ।

ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ। ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଶେଷହେବ ବୋଲି ମନମୋହନ କହିଛନ୍ତି। ସର୍ବଭାରତୀୟ ସଦସ୍ୟତା ଅଭିଯାନ ପାଇଁ ଗତ ୧୭ ଓ ୧୮ ତାରିଖରେ ଦିଲ୍ଲୀଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+