ଦିଲ୍ଲୀରେ ବିଜେପିର ବୈଠକ ଆରମ୍ଭ; ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିପାରେ
ଦିଲ୍ଲୀରେ ବିଜେପିର ବୈଠକ ଆରମ୍ଭ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିଲ୍ଲୀରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଉକ୍ତ ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ରାଜନୈତିକ ମହଲରେ ଜୋର୍ ଚର୍ଚ୍ଚା ଚାଲିଛ ।

କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଓଡିଶା ବିଜେପିର ନେତାମାନେ ଆଲୋଚନା କରୁଛନ୍ତି । ତେବେ ଓଡିଶାରେ ବିଜେଡି ସହ ବିଜେପିର ମେଣ୍ଟ ନେଇ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହେଇଛନ୍ତି । ଉକ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଅଛନ୍ତି । ଭାଜପା ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଅଛନ୍ତି।
ତେବେ ବୈଠକ ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବ ବୋଲି କୁହାଯାଉଛି । ଏହି ବୈଠକ ପରେ ମେଣ୍ଟ ଚର୍ଚ୍ଚାକୁ ନେଇ ସ୍ପଷ୍ଟ ସୂଚନା ଆସିପାରେ ।












Click it and Unblock the Notifications