ଓଡ଼ିଶାରେ ବିଜେପିର ସଂକଳ୍ପପତ୍ର ଜାରି କଲେ ଜେପି ନଡ୍ଡା
ଭୁବନେଶ୍ୱର: ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଧାରଣ ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଲୋକାର୍ପଣ କରିଛନ୍ତି । ଉନ୍ମୋଚନ ହେଲା ରାଜ୍ୟ ବିଜେପିର ସଂକଳ୍ପପତ୍ର । ନିର୍ବାଚନ ରଣନୀତି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ସଙ୍କଳ୍ପ ପତ୍ରର ଶୀର୍ଷକ ରହିଛି 'ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି' । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ଜେପି ନଡ୍ଡାଙ୍କ କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି ।
ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି । ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା । ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ । ଏବେ ମୋଦି ସରକାରଙ୍କ ସଂକଳ୍ପ 'ଯାହା କହିଛୁ, କରି ଦେଖାଇଛୁ' । ଅର୍ଥାତ ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ । କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ନଡ୍ଡା କହିଛନ୍ତି, କଂଗ୍ରେସ ଶାସନରେ ଏହା କେବଳ ଲୋକଙ୍କୁ ଦେଖାଯାଉଥିଲା ।

କିନ୍ତୁ ମୋଦୀଙ୍କ ନେତୃତ୍ୱରେ ସଂସ୍କାର, ପରଂପରା ଓ ରୂପାନ୍ତରଣ ହୋଇଛି । ଯେଉଁଠି ବିଜେପି ସରକାର ନାହିଁ, ସେଠାରେ ଆଞ୍ଚଳିକବାଦ, ଦୁର୍ନୀତି, ଜାତିକୁ ନେଇ ରାଜନୀତି ଚାଲିଛି । କିନ୍ତୁ ମୋଦୀଙ୍କ ନେତୃତ୍ୱରେ ବିକାଶର ରାଜନୀତି ଚାଲିଛି । ଆମେ ସଂକଳ୍ପ ପତ୍ରରେ ଯାହା ଘୋଷଣା କରିଛୁ, ତାହା ପୂରଣ କରିବୁ ।












Click it and Unblock the Notifications