ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ....

ଭୁବନେଶ୍ୱର: ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଚର୍ଚ୍ଚା, ଆଲୋଚନା ଲମ୍ବା ହୋଇଛି କହିଲେ ମନମୋହନ । ଆହୁରି କହିଛନ୍ତି ରଣନୀତି ସଂପର୍କରେ ଆମେ ଅବଗତ କରାଇଛୁ । ଓଡ଼ିଶା ବାବଦରେ ତନ୍ନ ତନ୍ନ କରି ଜଣାଇଛୁ । ରାଜ୍ୟରେ ବିଜେପି-ବିଜେଡି ନେଇ ମେଣ୍ଟ ଚର୍ଚ୍ଚା ଥମିବା ପରେ ଖୁବଶୀଘ୍ର ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆକଳନ କରାଯାଇଛି । ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମଧ୍ୟ ବୟାନ ରଖିଛନ୍ତି ।

ସେ କହିଛନ୍ତି କି, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇ ଲେୃଇ କରିବ । ଏହାସହ ଭଲକି ଲଢିବୁ ବୋଲି କହିଛନ୍ତି ମନମୋହନ ସାମଲ । କେବଳ ସେତିକି ନୁହେଁ ଏଥର ରାଜ୍ୟରେ ବିଜେପି ସରକାର ଗଠନ ହେବ । ଦିଲ୍ଲୀରୁ ଫେରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ । ସେ ଆହୁରି କହିଛନ୍ତି ଦିଲ୍ଲୀ ବୈଠକରେ ଓଡ଼ିଶାର ରଣନୀତି ନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି । ରଣନୀତି ସଂପର୍କରେ ଆମେ କେନ୍ଦ୍ରୀୟ ନେତୃତ୍ୱକୁ ଅବଗତ କରିଛୁ । ରଣନୀତି ସଂପର୍କରେ ଅବଗତ କରାଇଛୁ । ଓଡ଼ିଶା ବାବଦରେ ତନ୍ନତନ୍ନ କରି ଜଣାଇଛୁ । କେନ୍ଦ୍ରୀୟ ନେତୃତ୍ୱର ରଣନୀତି ଅନୁସାରେ ଆମେ ଲଢ଼ିବୁ ।

manmohan samal

ପୂର୍ବରୁ ମନମୋହନ ଗତ ଶୁକ୍ରବାର ଦିନ କହିଥିଲେ ଯେ, ସାରା ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି ।

ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ । ମନମୋହନ ଆହୁରି କହିଥିଲେ ଯେ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+