ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ, ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ
ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ, ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ . ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ
ଭଦ୍ରକ : ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ । ଜନ୍ମମାଟି ତିହିଡି ମଙ୍ଗରାଜପୁରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଶେଷ ବିଦାୟ ଜଣାଇଲେ ଆତ୍ମୀୟ । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ଅନ୍ତିମ ବିଦାୟ ଜଣାଇବା ପାଇଁ ଅନେକ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା ।
ଗତକାଲି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହେବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଭଦ୍ରକ ଅଣାଯାଇଥିଲା । ଜିଲ୍ଲା ବିପେଜି କାର୍ଯ୍ୟାଳୟ ପରେ ତାଙ୍କ ପାର୍ଥିବ ଶରୀରକୁ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ଅନେକ ବରିଷ୍ଠ ବିଜେପି ନେତା, ବିଧାୟକ ଓ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ସୂଚନାଥାଉ କି, ଗତକାଲି ସକାଳୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଥିଲା । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ । ହସ୍ପିଟାଲରୁ ତାଙ୍କ ମରଶରୀର ବାହାରିବା ପରେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଧାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ବାହାରିବା ପରେ ବିଷ୍ଣୁ ସେଠୀଙ୍କ ମରଶରୀରକୁ ବିଜେପି ପାର୍ଟି ଅଫିସ୍ ନିଆଯାଇଥିଲା । ସେଠାରେ ଦଳର କର୍ମକର୍ତା ଓ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।












Click it and Unblock the Notifications