୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରୁଛି ବିଜେପି; ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ବନ୍ଦ ଡାକରା
ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ଧର୍ମଗଡ, ଜୁନାଗଡ଼ ଓ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ଏହି ବନ୍ଦର ପ୍ରଭାବ ପଡ଼ିଛି ।
ଭବାନୀପାଟଣା ସମେତ ସାରା ଜିଲ୍ଲାରେ ଏହି ବନ୍ଦକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀ ମାନେ ରାସ୍ତା ରୋକ କରିବା ସହିତ ବିଭିନ୍ନ ସରକାରୀ ଅଫିସ , ବ୍ୟାଙ୍କ ଆଦି କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ,ଶିକ୍ଷାନୁଷ୍ଠାନ ,ବ୍ୟାଙ୍କ ଆଦି ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଧାନର କଟନି ଛଟନି, କପାର ଅଭାବି ବିକ୍ରି ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଏବଂ ଜିଲ୍ଲାରେ ଅବାଧ ମଦ କାରବାରକୁ ବିରୋଧ କରି ଏହି ବନ୍ଦ ପାଳନ କରୁଛି ଦଳ । ଗାଡ଼ିମଟର ଚଳାଚଳ ସହ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି ।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଜିଲ୍ଲାରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ଆଜି ଏହି ବନ୍ଦ ପାଳନ ଡାକରା ଦେଇଛି ।
କଳାହାଣ୍ଡି ପ୍ରତି ବୈମାତୃକ ମନୋଭାବ,ଚାଷୀ ମାରଣ ନୀତି, ଧାନ ଓ କପାର ଅଭାବି ବିକ୍ରି ସାଙ୍ଗକୁ ଟ୍ଵିଣ୍ଟାଲ ପିଛା ୦୭ ରୁ ୧୧ କେଜି ଧାନ କଟନି ଛଟନି, କଳାହାଣ୍ଡିର ବେକାର ଯୁବକ ଯୁବତୀ ମାନଙ୍କୁ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ନିଜ ଜିଲ୍ଲାରେ ଅବସ୍ଥାପିତ କରିବା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ସାଧାରଣ ଜନତାଙ୍କୁ ଦେୟ ମୁକ୍ତ ଏବଂ ଚାଷୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେବା, କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମାନଙ୍କରେ ସ୍କୁଲ ୟୁନିଫର୍ମ ଉପଯୁକ୍ତ ମାନର ଯୋଗାଇଦେବା, ଭବାନୀପାଟଣା ସହର ଓ ଜିଲ୍ଲାର ଅନ୍ୟ ସହର ଓ ଗ୍ରାମ ମାନଙ୍କରେ ଥିବା ରାସ୍ତା ଘାଟ ଓ ନାଲି ନିର୍ମାଣ ପାଇଁ ଆଦେଶ ଥିବା ସତ୍ତ୍ବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଜାଣି ଶୁଣି କାର୍ଯ୍ୟ ତ୍ବରାନ୍ଵିତ ନକରିବା, ଏହା ବ୍ୟତୀତ ଜିଲାର ଅନେକ ସମସ୍ୟା ଆଦି ପୁରଣ ନହେବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ବୋଲି ବିଜେପି କହିଛି ।












Click it and Unblock the Notifications