ବିଜେପି କରୁଛି ହିଂସା ଆଚରଣ: ସସ୍ମିତ ପାତ୍ର

ଗତକାଲି ପଦ୍ମପୁରରେ ଜିଏସଟି ରେଡ୍ ସମୟରେ ବିଜେପି କର୍ମୀଙ୍କ ବ୍ୟବହାରକୁ ନେଇ ହିଂସା ଅଭିଯୋଗ ଆଣିଛି ବିଜେଡି । ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସଙ୍କ ବିରୋଧରେ ହିଂସା ଆଚରଣ ଅଭିଯୋଗ ଆଣିଛି ବିଜେଡି ।

ଭୁବନେଶ୍ବର: ଗତକାଲି ପଦ୍ମପୁରରେ ଜିଏସଟି ରେଡ୍ ସମୟରେ ବିଜେପି କର୍ମୀଙ୍କ ବ୍ୟବହାରକୁ ନେଇ ହିଂସା ଅଭିଯୋଗ ଆଣିଛି ବିଜେଡି । ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସଙ୍କ ବିରୋଧରେ ହିଂସା ଆଚରଣ ଅଭିଯୋଗ ଆଣିଛି ବିଜେଡି । ଏନେଇ CEOଙ୍କ ନିକଟରେ ମଧ୍ୟ ଫେରାଦ ହେବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

Sasmit Patra

ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ଉତ୍ତରପ୍ରଦେଶ ଓ ବିହାର ଭଳି ଓଡ଼ିଶାରେ ହିଂସା ଆଚରଣ କରୁଛି ବିଜେପି । ଜିଏସଟି ରେଡ୍ ବେଳେ ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି । ମହିଳା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ବିଜେପି କର୍ମୀ । ତେଣୁ ତୁରନ୍ତ ରାଜ୍ୟ ନିର୍ବାଚନ କମିଶନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ବିଜେପିର ୪ ନେତାଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ନିର୍ବାଚନୀ ହିଂସାକୁ ଚରମ ସୀମାକୁ ବିଜେପି ନେଲାଣି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ବିଜେପିର ଏଭଳି କାର୍ଯ୍ୟକଳାପ ଅତ୍ୟନ୍ତ ଦୁଭାଗ୍ୟଜନକ ଓ ବିଜେଡି ଏହାକୁ ନିନ୍ଦା କରୁଥିବା କହିଛନ୍ତି ସସ୍ମିତ । ସେ କହିଛନ୍ତି, ସୋମବାର ଆଇଟି ବିଭାଗର ରେଡ୍ ବେଳେ ବିଜେଡିର କୌଣସି କର୍ମୀ ଉପସ୍ଥିତ ଥିଲେ କି ? କିନ୍ତୁ ଜିଏସଟି ଚଢାଉ ବେଳେ ବିଜେପିର ମାଳମାଳ ନେତା ପହଞ୍ଚି ସେଠାରେ ଜିଏସଟି ଅଧିକାରୀଙ୍କୁ ଗାଲିଗୁଲଜ କରିବା ସହ ବ୍ୟବହାର ଖରାପ କରିଥିଲେ । ଏପରିକି ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବିଜେପି ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+