ଆଜି ଓଡିଶା ଆସୁଛନ୍ତି ବିଜେପିର ହେଭିୱେଟ ନେତା ଶିବରାଜ ସିଂ ଚୌହାନ
ଆଜି ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ। କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସେ ସମୀକ୍ଷା କରିବେ । ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।

ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ। ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ଆଉ ମାସ କେଇଟା ପରେ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡ଼ିଲାଣି ବିଜେପି । କେନ୍ଦ୍ର ନେତୃତ୍ୱଙ୍କ ଟାର୍ଗେଟ୍ ରେ ରହିଛି ଓଡ଼ିଶା । ନିର୍ବାଚନ ପୂର୍ବରୁ ଓଡିଶା ମୁହାଁ ହେଉଛନ୍ତି କେନ୍ଦ୍ରୀୟ ନେତା । ଏହାକୁ ନେଇ ବିଜେପି ଶିବିର ସରଗରମ ଥିବାବେଳେ କର୍ମୀମାନେ ଉତ୍ସାହିତ ଅଛନ୍ତି ।
ଏହିକ୍ରମରେ ଓଡିଶା ଗସ୍ତରେ ଆସୁଛି ବିଜେପିର ବରିଷ୍ଠ ନେତା । ବିଭିନ୍ନ ସଂସଦୀୟ କ୍ଷେତ୍ରର ପରିଦର୍ଶନ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ । ଶିବରାଜ ସିଂହ ଚୌହ୍ୱାନ ଆଜି ଓଡିଶା ଗସ୍ତରେ ଆସିବେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ ।












Click it and Unblock the Notifications