ଓଡ଼ିଶାରେ ବିଜେପି ସରକାର: କିଏ ହେବେ ମୁଖ୍ୟ ଶାସନ ସଚିବ ? ଡିଜିପି ପାଇଁ ଆଗ ଧାଡ଼ିରେ କାହାର ନା ?

ଓଡ଼ିଶାରେ ୨୪ ବର୍ଷ ପରେ ନୂଆ ସରକାର ଦାୟିତ୍ୱ ନେବ । ୧୦ ତାରିଖରେ ଶପଥ ନୂଆ ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଶାସନିକସ୍ତରରେ ହେବ ଓଲଟପାଲଟ ।

ତେବେ ପ୍ରଶାସନର ୨ ଚେହେରା ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ପଦରେ ବସିବେ କିଏ? ଏହାକୁ ନେଇ କ୍ଷମତା କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଆସନ୍ତା ୧୦ରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ ।

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ତାହା ସ୍ପଷ୍ଟ ହୋଇନଥିଲା ବେଳେ ମୁଖ୍ୟ ସଚିବ ଓ ଡିଜିପି ପଦକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି, ବିଜେପି 'ଓଡ଼ିଆ ଅସ୍ମିତା' କାର୍ଡ ଖେଳି ଜନାଦେଶ ପାଇଛି । ତେଣୁ ଦଳର ନୂଆ ସରକାର ମୁଖ୍ୟ ସଚିବ ଭାବେ ହୁଏତ ଜଣେ ଓଡ଼ିଆଙ୍କୁ ବାଛିପାରେ । ତେବେ ୧୯୯୧ ବ୍ୟାଚରେ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁ ଓ ୧୯୯୩ ବ୍ୟାଚର ନିକୁଞ୍ଜ ବିହାରୀ ଧଳଙ୍କ ନାଁ ରେସ୍କୁ ଆସିପାରେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା ୩୦ରେ ଅବସର ଗ୍ରହଣ କରିବେ । ତେଣୁ ନୂଆ ସରକାର ଶପଥ ନେବା ପରେ ନୂଆ ମୁଖ୍ୟ ସଚିବ ବାଛିବାକୁ ଆରମ୍ଭ ହେବ କସରତ ।

Bjp Government in Odisha

ବରିଷ୍ଠ ଅଧିକାରୀ ତାଲିକା ଦେଖିଲେ, କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ କାର୍ଯ୍ୟରତ ୧୯୮୭ ବ୍ୟାଚରେ ତୁହିନକାନ୍ତ ପାଣ୍ଡେ ଜଣେ ଦକ୍ଷ ଅଫିସର ଭାବେ ପରିଚିତ । ଅଭିଜ୍ଞ ରାଜେଶ ବର୍ମା ମଧ୍ୟ କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି । ସେ ଏବେ ରାଷ୍ଟ୍ରପତିଙ୍କ ସଚିବ ଦାୟିତ୍ୱରେ ଅଛନ୍ତି । ନୂଆ ସରକାର ଏ ଦୁହିଁଙ୍କ ମଧ୍ୟରୁ କାହା ନାମକୁ ବିଚାରକୁ ନେବେ ନା ନାହିଁ ତାହା ଅସ୍ପଷ୍ଟ । କେବିକେ ପ୍ରଶାସକ ସି ଜେ ଭେଣୁଗୋପାଳ ଅଛନ୍ତି । ତାଙ୍କର ଅବସରକୁ ଆଉ ମାତ୍ର ୫ ମାସ ରହିଛି ।

୧୯୯୦ ବ୍ୟାଚର ନୀତେନ ଚନ୍ଦ୍ରା, ମନୋଜ ଆହୁଜା, ସଂଜୀବ ଚୋପ୍ରା, ଆରତି ଆହୁଜା ଓ ଜି ଶ୍ରୀନିବାସ ଅଛନ୍ତି । ଏମାନେ ସମସ୍ତେ କେନ୍ଦ୍ର ସରକାରଙ୍କ ଅଧୀନରେ ଦିଲ୍ଲୀରେ କାର୍ଯ୍ୟରତ । ୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଅଛନ୍ତି । ତାଙ୍କୁ ସରକାର ନିଜ ପ୍ରଶାସନର ଚେହେରା ଭାବେ କେତେଦୂର ଗ୍ରହଣ କରିବେ ତାକୁ ନେଇ ସନ୍ଦେହ । ବରିଷ୍ଠତା ଭିତ୍ତିରେ ସେହି ବ୍ୟାଚର ସୌରଭ ଗର୍ଗ, ସଂଜୟ ରସ୍ତୋଗୀ ଓ ୧୯୯୨ ବ୍ୟାଚ୍ର ଚନ୍ଦ୍ରଶେଖର କୁମାର ଅଛନ୍ତି ।

କାମଚଳା ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ । ସୁନୀଲ ବଂଶଲଙ୍କ ଅବସର ପରେ ଜାନୁଆରୀ ପହିଲାରୁ ସେ ଦାୟିତ୍ୱରେ ଅଛନ୍ତି । ନିର୍ବାଚନ ପ୍ରକିୟାରୁ ଏଯାଏ ନୂଆ ଡିଜି ଚୟନ କରାଯାଇନି । ଏ ନେଇ ରାଜ୍ୟ ସରକାର ପଠାଇଥିବା ତାଲିକା ମଧ୍ୟରୁ ୟୁପିଏସସି ମୋହର ମାରିବା ପରେ ସରକାର ଜଣଙ୍କୁ ବାଛିବେ । ମାତ୍ର ୟୁପିଏସସି ବୈଠକ ବସିନି ।

ନୂଆ ସରକାର ଆସିବା ପରେ ଏ ପ୍ରକ୍ରିୟା ତେଜୀୟାନ ଧରିବ । ଉଲ୍ଲେଖଯୋଗ୍ୟ, ୱାଇ ବି ଖୁରାନିଆ, ସୁଧାଂଶୂୁ ଷଡ଼ଙ୍ଗୀ, ବି ରାଧିକା, ଏଏମ୍ ପ୍ରସାଦଙ୍କ ସହ ଅରୁଣଙ୍କ ନାଁ କେନ୍ଦ୍ରକୁ ପଠାଯାଇଥିଲା । ଶ୍ରୀ ଷଡ଼ଙ୍ଗୀ ନୂଆବର୍ଷରୁ କାମଚଳା ଡିଜି ଭାବେ ଦାୟିତ୍ୱରେ ଅଛନ୍ତି । ବି. ରାଧିକା ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+