ସରକାରକୁ ବର୍ଷେ; କାହିଁକି ଖର୍ଚ୍ଚ ହୋଇପାରିଲାନି ବଜେଟ୍ ଟଙ୍କା ?
ବର୍ଷ ପୂର୍ତ୍ତି ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସରକାର। ସୁଭଦ୍ରା, ଧାନର ଇନପୁଟ୍ ସବସିଡି ଭଳି ବିଭିନ୍ନ ବିଭାଗର ବଡ଼ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାରୁ ବ୍ଲ-ପ୍ରିଣ୍ଟ୍ ତିଆରି ହେଉଛି । ହେଲେ ଯେଉଁ ବିଭାଗକୁ ନେଇ ସରକାର ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି, ସେହି ବିଭାଗ ସରକାରଙ୍କ ସ୍ବପ୍ନ ପୂରଣରେ ବାଧକ ସାଜିଛନ୍ତି, ଖର୍ଚ୍ଚ କରିପାରିନାହାନ୍ତି ବଜେଟ୍ ଅର୍ଥ ।
ବିଜେପି ସରକାର ଆସୁ ଆସୁ ୨୦୨୪-୨୦୨୫ ଆର୍ଥିକ ବର୍ଷର ବଜେଟ୍ ଆକାରକୁ ବଢ଼ାଇଥିଲେ । ୨୦୨୫ ମାର୍ଚ୍ଚ ସୁଦ୍ଧା ସରକାର କାର୍ଯ୍ୟକ୍ରମ ବାବଦକୁ ପ୍ରାୟ ୧ ଲକ୍ଷ ୬୭ ହଜାର କୋଟି ଟଙ୍କାର ବ୍ୟୟବରାଦ ପାଇଁ ଅଟକଳ ହୋଇଥିଲା ।
ସେଥିରୁ ମାତ୍ର ୧ ଲକ୍ଷ ୩୨ ହଜାର ୮୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ ମାର୍ଚ୍ଚ ସୁଦ୍ଧା ପ୍ରାୟ ୮୦% ଅର୍ଥ ଖର୍ଚ୍ଚ ହୋଇପାରିଛି ।

ତେବେ ସରକାରକୁ ଆସିବା ପରେ ଅନେକ ବଡ଼ ବଡ଼ ବିଭାଗ ପାଇଁ ଭଣ୍ଡାର ଖୋଲିଦେଇଥିଲେ ମୋହନ ସରକାର । ବଜେଟ୍ ଟଙ୍କାକୁ ଖର୍ଚ୍ଚ କରିବାକୁ ତାଗିଦ ପରେ ତାଗିଦ ମଧ୍ୟ କରାଗଲା । ହେଲେ ଏବେ ଯେଉଁ ଚିତ୍ର ଆସିଛି, ତାହା ସରକାରଙ୍କ ପାଇଁ ବେଶ ଚିନ୍ତାଜନକ । ମାର୍ଚ୍ଚ ୩୧ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ସନ୍ତୋଷଜନକ ହୋଇପାରିନାହିଁ । ସରକାରଙ୍କ ସବୁଠୁ ଫୋକସରେ ଥିବା ପଞ୍ଚାୟତିରାଜ, ମିଶନ ଶକ୍ତି, ଖଣି ଇସ୍ପାତ, ନଗର ଉନ୍ନୟନ ବିଭାଗ ଖର୍ଚ୍ଚ ଟାର୍ଗେଟ୍ ଛୁଇଁପାରିନାହିଁ । କାରଣ, ଏହି ବିଭାଗର ପ୍ରଦର୍ଶନକୁ ନେଇ ଆଗକୁ ବଢୁଛନ୍ତି ସରକାର ।
ମିଶନ ଶକ୍ତି ବିଭାଗ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨୭୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଖର୍ଚ୍ଚ ହୋଇଛି ମାତ୍ର ୧୯୯୦ କୋଟି ଟଙ୍କା, ୩୨% ଟଙ୍କା ଖର୍ଚ୍ଚ ହୋଇପାରିନାହିଁ ।
ସେହିପରି ପଞ୍ଚାୟତିରାଜ ବିଭାଗ ପାଇଁ ବ୍ୟୟବରାଦ ହୋଇଥିଲା ୨୦୬୫୬.୦୪ କୋଟି ଟଙ୍କା । ହେଲେ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ହୋଇଛି ୮୭୨୭.୪୬ କୋଟି ଟଙ୍କା । ଏବେ ବି ଖର୍ଚ୍ଚ ହୋଇନି ୫୮% ଟଙ୍କା । ଅର୍ଥାତ ବଜେଟ୍ ଅଟକଳର ଅଧା ବି ଛୁଇଁପାରିଲାନି ପଞ୍ଚାୟତରାଜ ବିଭାଗ ।
ନଗର ଉନ୍ନୟନ ବିଭାଗ ପାଇଁ ୭୩୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ, ଲକ୍ଷ୍ୟ ଥିଲା ସହରାଞ୍ଚଳ ବିକାଶକୁ ଗତିକୁ ବଢ଼ାଯିବ । ମାତ୍ର ଖର୍ଚ୍ଚ ହୋଇଛି ୪୭୭୭ କୋଟି ଟଙ୍କା । ଅର୍ଥାତ ୩୫% ଅର୍ଥ ଖର୍ଚ୍ଚ ହୋଇପାରିନି ।
ସେହିପରି ଖଣି ଓ ଇସ୍ପାତ ବିଭାଗ ବଜେଟ୍ ଖର୍ଚ୍ଚ କରିବାରେ ପଛରେ ପଡ଼ିଯାଇଛି । ସବୁଠୁ ନୈରାଶ୍ୟଜନକ ରହିଛି ପ୍ରଦର୍ଶନ । ୩୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ମାତ୍ର ୬୪ କୋଟି । ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ହୋଇପାରିନି ୮୨% ଅର୍ଥ ।
କାହିଁକି ଶତ ପ୍ରତିଶତ ଖର୍ଚ୍ଚ ହୋଇପାରୁନି ବଜେଟ୍ ଟଙ୍କା? ଏବେ ସବୁଠୁ ବଡ ପ୍ରଶ୍ନ ?
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications