‘ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବିଜେପି'

ରାଜ୍ୟରେ ବିଜେଡି ବିଜେପ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି ମ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଗତକାଲି ଶନିବାର ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ କମିଟି ବୈଠକରେ ଭାଜପା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି । ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ । ତେବେ ମୋହର ବାଜିବା ପରେ ରାଜ୍ୟ ଭାଜପା ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବିଜେପି ନେତା କହିଥିଲେ ।

ଆଉ ଆଜି ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ସାଂସଦ ପ୍ରତାପ ଷଡଙ୍ଗୀ ଓ ଜୁଏଲ ଓରାମଙ୍କ ଅନେକ ବରିଷ୍ଠ ନେତା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ୧୪୭ଟି ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି ।

odisha bjp

ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ କହିଛନ୍ତି, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନାମାଙ୍କନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ । ସେପଟେ ସାଂସଦ ତଥା ବିଜେପି କୋର କମିଟି ସଦସ୍ୟ ପ୍ରତାପ ଷଡଙ୍ଗୀ କହିଛନ୍ତି, ନିର୍ବାଚନ ନେଇ ରାଜ୍ୟ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଦଳ ପୂରା ଦମରେ ଲଢେଇ କରିବା ପାଇଁ ପ୍ରସ୍ତୁତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+