ସୁସ୍ମିତା ମିଞ୍ଜ ଓ ଏ.ଏନ୍ ଲୁଗୁନଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ଦାବି କରି ସୁନ୍ଦରଗଡ ବନ୍ଦ ଡାକରା ଦେଲା ବିଜେପି
ସୁସ୍ମିତା ମିଞ୍ଜ ଓ ଏ.ଏନ୍ ଲୁଗୁନଙ୍କ ସନ୍ଦେହଜନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କାହିଁକି ହେଲା ସରକାର ସ୍ପଷ୍ଟ କରିନାହାନ୍ତି ବୋଲି ବିଜେପି କହିଛି ।
ଯଦି ଯଦି ମାନସିକ ଚାପ ଥିଲା , ତାହା ହେଲେ ପ୍ରଶାସନ କାହିଁକି ପଦକ୍ଷେପ ନେଲା ନାହିଁ ବୋଲି ବିଜେପି ସାଂସଦ ଜୁଏଲ ଓରାମ ପ୍ରଶ୍ନ କରିଛନ୍ତି । ବିଜେପି ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା । ହେଲେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜୁଏଲ ଓରାମ ।
ବିଜେପି କହିଛି, ରାଜ୍ୟର ବିଜେଡି ସରକାର ଆଦିବାସୀ ବିରୋଧୀ । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କାହିଁକି ହେଲା ତାହା ସ୍ପଷ୍ଟ କରିନାହାନ୍ତି ସରକାର ବୋଲି ଦଳ କହିଛି ।

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍ ଓ ASI ଆଲିଶା ଲୁଗୁନ, ଦୁଇ ମୃତ୍ୟୁ ମାମଲାରେ ରାଉରକେଲା SP ମିତ୍ରଭାନୁ ମହାପାତ୍ରଙ୍କ ସୂଚନା । ଦୁଇଟି ଯାକ ମୃତ୍ୟୁ ଘଟଣାରେ କୌଣସି ସଂଯୋଗ ନାହିଁ ବୋଲି ଏସ୍ପି କହିଛନ୍ତି ।
ରୁଣ୍ଡିଆ ବ୍ଲକର ବିଡିଓ ଓ ସିଡିପିଓଙ୍କୁ ପୋଲିସ୍ର ପଚରାଉଚରା । ବିଡିଓ ଏବଂ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା ।
ପୋଲିସ ଜେରା ପରେ ଗୁରୁଣ୍ଡିଆ ବିଡିଓ ବେନାଟି ଲାକ୍ରାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ସୁସ୍ମିତାଙ୍କ ଘରକୁ ଯାଇଥିଲି ।ସୁସ୍ମିତାଙ୍କ ଘରକୁ ମୋ ସହ ସିଡିପିଓ ମଧ୍ୟ ଯାଇଥିଲେ । ସୁସ୍ମିତା ଘରେ ନଥିଲେ, ତାଙ୍କ ମାଆ ଓ ଭାଇଙ୍କ ସହ କଥା ହୋଇ ଫେରିଥିଲୁ ।
ସୁସ୍ମିତାଙ୍କ ଭାଇ ବି ସିବିଆଇ ତଦନ୍ତ ଦାବି କରିଛନ୍ତି । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ।












Click it and Unblock the Notifications