ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ , ବିଜେପି-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ । ବିଜେପିର ବିରୋଧ ପ୍ରଦର୍ଶନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ହେଲେ ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ । ଉଭୟ ପକ୍ଷ ମଧ୍ୟରେ ଟେକାପଥର ଓ ଗୋବର ମାଡ଼ ହୋଇଥିଲା । ପ୍ରବଳ ନାରାବାଜି କରିଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ ।

କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହଁ ମୁଁହି ହେବା ସହ କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ କରିଛି ବିଜେପି ଯୁବ ମୋର୍ଚ୍ଚା । ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଘଠନ ତରଫରୁ ବି ପାଣି ଓ କାଦୁଅ ମାଡ଼ ହୋଇଥିଲା ।

BJP Congress workers

ଏହାପରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ସୂଚନା ରହିଛ । ସୁଚନାନୁସାରେ , ଗତକାଲି ଅଥ;ତ୍ ଜୁନ୍ ୧ରେ ଲୋକ ସଭାରେ ରାହୁଲ ହିନ୍ଦୁଧର୍ମ ଭୟ, ଘୃଣା, ମିଥ୍ୟା ପ୍ରଚାର କରି ନ ଥାଏ ବୋଲି ବିଜେପିକୁ ଟାର୍ଗେଟ କରି କହିଥିଲେ ।

ଏପରିକି ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହିଂସା ଏବଂ ଘୃଣାଭାବ ପ୍ରଦର୍ଶନ କରିଚାଲିଥିବା ସେ କହିଥିଲେ । ପରେ ଏହି ମନ୍ତବ୍ୟକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+