ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ୨୫ରୁ ଊର୍ଦ୍ଧ୍ୱ ଆହତ
ଅଶାନ୍ତ ହେଲା କଲେଜ କ୍ୟାମ୍ପସ । ଭୁବନେଶ୍ବର ବିଜେବି କଲେଜ ହଷ୍ଟେଲ କ୍ୟାମ୍ପସ ଅଶାନ୍ତ। ଫେରଓ୍ୱେଲ୍ ପାର୍ଟିରୁ ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ। ଛାତ୍ର ଗୋଷ୍ଠୀ ଭିତରେ ସଂଘର୍ଷରେ ୨୫ରୁ ଅଧିକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଏବଂ ପଥର ଫିଙ୍ଗା ଫୋପଡ଼ା ହୋଇଛି। ଦେଢ଼ ଘଣ୍ଟା ଧରି ହଷ୍ଟେଲ ପରିସରରେ ଚାଲିଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ଛାତ୍ରମାନେ। ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ହଷ୍ଟେଲ କ୍ୟାମ୍ପସରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସକାଳ ପର୍ଯ୍ୟନ୍ତ ଅତିରିକ୍ତ ଡିସିପି, ଜୋନ୍ ଏସିପି ସମେତ ଦୁଇ ଥାନା ଅଧିକାରୀ, କର୍ମଚାରୀ ଓ ୧୦ଟି ପିସିଆର୍ ନିୟୋଜିତ ହୋଇଥିଲେ। ସ୍ଥିତି ଉପରେ ନଜର ରଖିବା ପାଇଁ ହଷ୍ଟେଲ ମଝିରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ତିଆରି କରାଯାଇଛି।












Click it and Unblock the Notifications