ବ୍ରଜରାଜନଗରରେ ପଦ୍ମର ବଡ଼ ବିଜୟ, ହାରିଲେ ଅଳକା, ଜିତିଲେ ସୁରେଶ
Odisha Assembly Election Results 2024: ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜ୍ୟରେ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଆଉ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି , ତାହା ହେଉଛି ରାଜ୍ୟରେ ବିଜେପିକୁ ମିଳିଛି ପ୍ରଥମ ସଫଳତା ।

ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବ୍ରଜରାଜନଗରରେ ବିଜୟ ହାସଲ କରିଛନ୍ତି । ସୁରେଶଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡ଼ାରେ ମଧ୍ୟ ପଦ୍ମର ବଡ଼ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧ ହଜାର ୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।












Click it and Unblock the Notifications